Home ଓଡିଶା ପୁଣି ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଅମିତ ଶାହା

ପୁଣି ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଅମିତ ଶାହା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ସେପ୍ଟେମ୍ବରରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୬, ୭ ଏବଂ ୮ ତାରିଖରେ ସେ ଓଡ଼ିଶାରେ ରହିବେ । ତାଙ୍କର ତିନି ଦିନିଆ ରହଣିରେ ସେ ବିଜେପି ଦଳ ପକ୍ଷରୁ ଆୟୋଜିତ ୨୬ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଦଳ ପ୍ରଭାରୀ ଅରୁଣ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସଭାପତି ବସନ୍ତ ପଣ୍ଡା ଓ ଉପ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।