Home ଅପରାଧ ପୁରୀରୁ ୫ ଜଣ ଅପରାଧୀଙ୍କୁ ଗିରଫ କଲା କୋଲକାତା ପୋଲିସ

ପୁରୀରୁ ୫ ଜଣ ଅପରାଧୀଙ୍କୁ ଗିରଫ କଲା କୋଲକାତା ପୋଲିସ

ପୁରୀ : ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ କୋଲକାତା ପୋଲିସ ଆଜି ପୁରୀରୁ ୫ ଜଣଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ପୁରୀ ଜିଲ୍ଲା ବଳିଆପଣ୍ଡାସ୍ଥିତ ଏକ ହୋଟେଲରେ ଥିବା କୋଲକାତା ପୋଲିସ ଜାଣିପାରି ଓଡ଼ିଶା ପୋଲିସ ସହାୟତାରେ ଗିରଫ କରିଛି । କୋଲକାତାରେ ଏକ ହତ୍ୟା ମାମଲାରେ ଏମାନଙ୍କର ସଂପୃକ୍ତି ରହିଥିବା ଅଭିଯୋଗ ରହିଛି । ଗତ ୨୨ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ବେନିଆପୁକାର ଥାନା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଅହମ୍ମଦ ପରଭେଜଙ୍କ ଉପରକୁ ଏହି ଅଭିଯୁକ୍ତମାନେ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏମାନଙ୍କୁ ଗିରଫ କରିବା ପାଇଁ କୋଲକାତା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ମାତ୍ର ପୋଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୁରୀ ଓ କୋଲକାତା ପୋଲିସ ଆଜି ପୁରୀର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରିଥିଲେ । ବଳିଆପଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ ପରେ ବେନିଆପୁକାର ପୋଲିସ କୋଲକାତା ନେଇଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି ।