Home Uncategorized ପୁରୀର ବିକାଶ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜାଙ୍କର ବୈଠକ

ପୁରୀର ବିକାଶ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜାଙ୍କର ବୈଠକ

0

ଭୁବନେଶ୍ୱର : ପୁରୀଧାମର ବିକାଶ ନେଇ ଗଜପତି ମହାରାଜା ପୂର୍ବରୁ ଅନେକ ବାର ନିଜ ମତ ରଖି ଆସିଥିଲେ। ଏହି ପ୍ରକ୍ରିୟାକୁ ଆଉ ଟିକିଏ ଆଗକୁ ନେବା ଲାଗି ଆଜି ସ୍ୱୟଂ ଗଜପତି ସଚିବାଳୟ ଆସି ପ୍ରକଳ୍ପର ରୂପରେଖ ଉପସ୍ଥାପନ କରିବା ସହିତ ଏହାକୁ ଅନୁମତି ଦେବା ଲାଗି ସରକାରଙ୍କୁ ଜଣାଇଛନ୍ତି।  ଗଜପତି ମହାରାଜା ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ସଂପର୍କରେ ଏକ ଉପସ୍ଥାପନା କରିଥିଲେ। ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ବିକାଶ ଠାରୁ ଆରମ୍ଭ କରି ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଶ୍ରୀଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ମଠ ଓ ଅଠରନଳାର ଉନ୍ନତୀକରଣ ଆଦି ସ୍ଥାନ। ଗଜପତି ମହାରାଜା ଗଣମାଧ୍ୟମକୁ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ତିନିଟି ମୁଖ୍ୟ ମଠ ଯଥା ଏମାର ମଠ, ଉତ୍ତରପାର୍ଶ୍ୱ ମଠ ଓ ଦକ୍ଷିଣ ପାର୍ଶ୍ୱ ମଠର ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି। ଯେଉଁ ଉଦ୍ଦେଶ୍ୟରେ ଏହି ମଠ କରାଯାଇଥିଲା, ତାହାର ମୂଳ ଉଦ୍ଦେଶ୍ୟ କିଭଳି ସାଧିତ ହେବ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ବୈଦିକ ସଂସ୍କୃତିର ପ୍ରଚାର ପ୍ରସାର ହେବ, ସେ ନେଇ ଆଜି ସରକାରଙ୍କ ଆଗରେ ଏକ ନକ୍ସା ରଖାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ନାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତାବ ଦିଆଯାଇଛି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି, ଗଜପତିଙ୍କ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସମସ୍ତ ପ୍ରସ୍ତାବକୁ ଅନୁଧ୍ୟାନ ପରେ ବିସ୍ତତ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗର ସଚିବ ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here