Home ଅପରାଧ ପୁରୀ :  ଗୋପରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଆହତ

ପୁରୀ :  ଗୋପରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଆହତ

0

ପୁରୀ : ପୁରୀର ଗୋପରେ ଆଜି ଭୋରରୁ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଆହତ ହୋଇଛି । ଅନନ୍ତ ବେହେରାର ବାମଗୋଡରେ ଗୁଳିବାଜିଛି ।  ଅନନ୍ତକୁ ଗୁରୁତର ଅବସ୍ଥାରେ ପ୍ରଥମେ ଚାରିଛକ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ କଟକ ଏସସିବି ମେଡ଼ିକାଲକୁ ସ୍ଥନାନ୍ତର କରାଯାଇଛି । ବାଲିପାଟଣା  ଥାନାରେ ଅନନ୍ତଙ୍କ ନାଁରେ ପ୍ରାୟ ୧୦ରୁ ଅଧିକ ଡକାୟତି ଓ ଅପରାଧିକ ମାମଲା ରହିଛି ।

ସୂଚନା ମୁତାବକ, ଆଜି ଭୋରରୁ ପୁରୀ ଜିଲ୍ଲା ଗୋପ ଚାରିଛକ ନିକଟରେ ରାସ୍ତା ଡକାୟତି ସହିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅନନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ପୁରୀ ସ୍ପେଶାଲ ସ୍କ୍ଵାଡ୍ ଓ ଗୋପ ପୋଲିସ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି । ଅନନ୍ତ ଗୋଡ଼ରେ ଗୁଳିବାଜି ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅନନ୍ତ ବେହେରାର ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କଙ୍କଡ଼ାହାଡ଼ ଗ୍ରାମରେ ।

LEAVE A REPLY

Please enter your comment!
Please enter your name here