Home Uncategorized ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନଶନ

ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନଶନ

0

ପୁରୀ: ପୁରୀ ସମୁଦ୍ର କୂଳକୁ ଲାଗି ରହିଥିବା ବାଙ୍କି ମୁହାଣର ସଫେଇ ଦାବି କରି ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  ବେଳାଭୂମିରେ ଧାରଣାରେ ବସିଛନ୍ତି । ପୁରୀ ସହରର ଆବର୍ଜନା ପାଣିି ବାଙ୍କି ମୁହାଣ ଦେଇ ସମୁଦ୍ରକୁ ପ୍ରବେଶ କରୁଛି । ଏହା ଦ୍ୱାରା ସମୁଦ୍ର ଓ ପରିବେଶ ପ୍ରଦୂଷିତ ହେଉଛି ବୋଲି ସୁଦର୍ଶନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ,‘ ବାଙ୍କି ମୁହାଣରେ ପ୍ରଦୂଷଣକୁ ରୋକିବା ଲାଗି ମୁଁ ଧାରଣାରେ ବସିଛି । ଗତବର୍ଷ ମୁଁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‌ କରିଥିଲି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରର ଆବର୍ଜନା ପାଣିକୁ ପରିଷ୍କାର କରି ସମୁଦ୍ର ଭିତରକୁ ପ୍ରବେଶ କରାଯିବା ପାଇଁ ପୂର୍ବରୁ ପରିମଳ (ସ୍ୱିରେଜ) ବିଭାଗ ଓ ପୁରୀ ପୌରପାଳିକାକୁ  ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ବର୍ଷଟିଏ ବିତିଯାଇଥିଲେ ସୁଦ୍ଧା ଏଦିଗରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।’

LEAVE A REPLY

Please enter your comment!
Please enter your name here