Home ଓଡିଶା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ଖାଉଟିମାନେ ଏଥିଯୋଗୁଁ ହନ୍ତସନ୍ତ ହେଉଛନ୍ତି ।  ଶ୍ରୀ ଦାସବର୍ମା କହିଛନ୍ତି ଯେ, ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରର ହ୍ରାସ ଘଟିଥିଲେ ସୁଦ୍ଧା  କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରି ଗ୍ରାହକଙ୍କ ଉପରେ ଯେପରି ବୋଝ ଲଦି ଦେଇଛନ୍ତି  ଏହାକୁ ବିରୋଧ କରି ସୋମବାର ଠାରୁ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ  ଆନ୍ଦୋଳନ ହେବ । ତୈଳ ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେ କହିଛନ୍ତି ।