Home ଅପରାଧ ପେନସନ ଲୋଭ ମା’ର ଶବ ୩ ବର୍ଷ ଧରି ଫ୍ରିଜର ଭିତରେ ରଖିଲା ପୁଅ

ପେନସନ ଲୋଭ ମା’ର ଶବ ୩ ବର୍ଷ ଧରି ଫ୍ରିଜର ଭିତରେ ରଖିଲା ପୁଅ

0

କୋଲକାତା: କୋଲକାତା ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏକି ନିଜ ମା’ଙ୍କ ମୃତ୍ୟୁ ପରେ ମୃତଦେହର ଶବସଂସ୍କାର ନ କରି ତା’କୁ ନିଜ ଘରେ ଏକ ଫ୍ରିଜର ମଧ୍ୟରେ ଦୀର୍ଘ ତିନି ବର୍ଷକାଳ ସାଇତି ରଖିଥିଲା I 

ସୁବ୍ରତ ମଜୁମଦାର ନାମକ ଜନୈକ ବ୍ୟକ୍ତିଙ୍କ ମାତା ବୀଣା ଗତ ଅପ୍ରେଲ ୭, ୨୦୧୫ରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତେବେ, ନିଜ ମା’ଙ୍କ ପରଲୋକ ପରେ ସୁବ୍ରତ ତାଙ୍କ ମୃତଦେହର ଶବସଂସ୍କାର ନ କରି କିମ୍ବା କବର ନ ଦେଇ ତା’କୁ ନିଜ ଘରେ ଏକ ବଡ଼ ଫ୍ରିଜର ମଧ୍ୟରେ ସାଇତି ରଖିଥିଲେ।

LEAVE A REPLY

Please enter your comment!
Please enter your name here