Home ଦେଶ ବିଦେଶ ପୋଲାଭରମ ବିବାଦର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଲା ଓଡ଼ିଶା

ପୋଲାଭରମ ବିବାଦର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଲା ଓଡ଼ିଶା

0

ନୂଆଦିଲ୍ଲୀ:  ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ପରବର୍ତ୍ତୀ ଶୁଣାଣୀ ଫେବ୍ରୁଆରି ମାସରେ କରିବାକୁ ସୁପ୍ରିମ କୋର୍ଟ ଆଜି ଦିନ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯିବ । 

ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ଉପରେ ଶୁଣାଣି କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହିତ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନାରେ ଆପୋଷ ବୁଝାମଣା ବିବାଦର ସମାଧାନ ଚାହୁଁଛନ୍ତି ବୋଲି ଓଡ଼ିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟୁମ୍‌ କୋର୍ଟରେ ଏକ ପ୍ରସ୍ତାବ ଦାଖଲ କରିଥିଲେ । ଆପୋଷ ବୁଝାମଣା ପାଇଁ ଆନ୍ଧ୍ରପଦେଶ ସରକାର ସହମତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବୁ । ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮ ଫେବ୍ରୁଆରି ଦ୍ୱିତୀୟ ସପ୍ତାହକୁ ସ୍ଥିରିକୃତ ହୋଇଛି।

LEAVE A REPLY

Please enter your comment!
Please enter your name here