Home ଦେଶ ବିଦେଶ ପୋଲିସ୍ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

ପୋଲିସ୍ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

0
(ଶ୍ରୀନଗର)- ଆତଙ୍କବାଦୀମାନେ ଶୁକ୍ରବାର ଦିନ ଜାମ୍ମୁ ଓ କାଶ୍ମୀରରେ ତିନି ଜଣ ପୋଲିସ୍ କର୍ମଚାରୀମାନଙ୍କ ୁ ଅପହରଣ କରି ନେବାପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଏହି ତିନିଜଣ ପୋଲି୍ସକର୍ମଚାରିଙ୍କୁ ରାଜ୍ୟର ଶୋପିଆନ୍ ଜିଲ୍ଲାରୁ ଅପହାରଣ କରାଯାଇଥିଲା । ମୃତ ପୋଲିସ୍ କର୍ମଚାରୀମାନେ ହେଲେ କନେଷ୍ଟବଳ ନିସାର ଅହମଦ, କୁଲୱାନ୍ତ ସିଂ ଏବଂ ଫିରୋଦାସ ଅହମଦ । ଏମାନଙ୍କ ମୃତ ଦେହ ୱାନଗାମ ଅଂଚଳର ଏକ ବଗିଚାରୁ ଉଦ୍ଧାର କରାଯାଇଥିଲା । ତେବେ କର୍ମଚାରୀମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେବା ବେଳେ ବାଟାଗାଣ୍ଡ ଗାଁର ଲୋକେ ସୋମନଙ୍କୁ ଗଉଡାଇ ଥିଲେ । ଏଥିିସହ ସେମନଙ୍କୁ ଅପହରଣ ନ କରିବା ପାଇଁ କହିଥିଲେ । ତେବେ ଆତଙ୍କବାଦୀମାନେ ଫାଙ୍କା ଗୁଳିଚାଳନା କରି ଗ୍ରାମବାସୀଙ୍କୁ ଭୟଭୀତ କରିଥିଲେ । ଗ୍ରାମବାସୀଙ୍କ କହିନୁଯାୟୀ ଆତଙ୍କବାଦୀମାନେ ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ନଦୀ ଆରପଟକୁ ନେଇ ଗୁଳିକରି ହତ୍ୟା କରିଥିଲେ । ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦୀନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ଏହାଦ୍ୱାରା ପରିଚାଳିତ ଏକ ଟ୍ୱିଇଟର ପେଜ୍ରେ ସଂଗଠନ ଏହି ସୂଚନା ଦେଇଛି ।