Home ଅପରାଧ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର

ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର

0
ବ୍ରହ୍ମପୁର : ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କାକୁଡିଆ ଜଙ୍ଗଲରେ ଭୋର ସକାଳୁ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବୁଚି ପାତ୍ର ଆହତ ହୋଇଛି । ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ତାଙ୍କର ୨ ସହଯୋଗୀ ଅଜିତ୍‌ ନାୟକ ଓ ଅକ୍ଷୟ ନାୟକଙ୍କ ସହ ବୁଚି ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସ ମଧ୍ୟ ଏହାର ପ୍ରତିଜବାବ ରଖିଥିଲା। ବୁଚିଙ୍କ ଦୁଇ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ତଳେ ପଡ଼ିଯାଇଥିଲେ। ଫଳରେ ପୋଲିସ ବୁଚିଙ୍କ ସହ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି। ବୁଚି ନାମରେ ବିଭିନ୍ନ ଥାନାରେ ୩୦ଟି ମାମଲା ରହିଛି ବୋଲି ପୋଲିସ କହିଛି ।