Home Uncategorized ପ୍ରକାଶ ପାଇଲା ପ୍ଲସ୍ ଟୁ ସାଇନ୍ସ ରେଜଲ୍ଟ: ଛାତ୍ରୀଙ୍କ ବାଜିମାତ୍

ପ୍ରକାଶ ପାଇଲା ପ୍ଲସ୍ ଟୁ ସାଇନ୍ସ ରେଜଲ୍ଟ: ଛାତ୍ରୀଙ୍କ ବାଜିମାତ୍

0

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ଭୁବନେଶ୍ୱରସ୍ଥିତ ସିଏଚ୍ଏସ୍ସି କାର୍ଯ୍ୟାଳୟରେ ଦିନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏଥର ମଧ୍ୟ ଗତଥର ଭଳି ଛାତ୍ରୀମାନେ ବାଜିମାରି ନେଇଛନ୍ତି । ଏଥର ଛାତ୍ରୀଙ୍କ ପାସ୍ହାର ୮୨.୩୬% ଥିବାବେଳେ ଛାତ୍ରଙ୍କ ପାସ୍ହାର ୮୦.୨୯ %ରହିଛି । ଏଥର ମୋଟ୍ ପାସ୍ହାର ରହିଛି ୮୧.୧୧% । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ୍ହାର ୯୩.୬୧% ଥିବାବେଳେ ଝାରସୁଗୁଡାରେ ସର୍ବନିମ୍ନ ପାସ୍ହାର ୫୨.୮୭% ରହିଛି । ତିନୋଟି କଲେଜରେ ଫଳ ଶୂନ ରହିଛି । ପ୍ରଥମ ଶ୍ରେଣୀରେ ୧୯ହଜାର ୮୭ଜଣ, ଦ୍ୱିତୀୟ ଶ୍ରେଣୀରେ ୨୬,୩୨୨ଜଣ ଏବଂ ତୃତୀୟ ଶ୍ରେଣୀରେ ୨୭,୫୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ସୁଦ୍ଧା ରିଚେକିଂ ପାଇଁ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here