Home Uncategorized ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌-ବିଜ୍ଞାନ ମେରିଟ୍‌ ଲିଷ୍ଟ୍‌ରେ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌-ବିଜ୍ଞାନ ମେରିଟ୍‌ ଲିଷ୍ଟ୍‌ରେ ରେଭେନ୍ସା ଆଗରେ, ୨ରେ ବିଜେବି

0
ଭୁବନେଶ୍ୱର- ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ୱେବ୍‌ସାଇଟ୍‌ www.dheodisha.gov.inରେ କଟ୍‌ଅଫ୍‌ ମାର୍କ ଉପଲବ୍ଧ ହେଉଛି । ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କରେ ବିଜ୍ଞାନରେ ରେଭେନ୍ସା କଲେଜ ଆଗରେ ଥିବାବେଳେ ବିଜେବି ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ବାଣିଜ୍ୟରେ ବିଜେବି ଆଗରେ ଓ ରେଭେନ୍ସା ଦ୍ୱିତୀୟ ସ୍ଥାନରେ ରହିଛି। କଳାରେ ଶୈଳବାଳା ଜୁନିୟର କଲେଜ ପ୍ରଥମସ୍ଥାନରେ ରହିଛି ।   ରେଭେନ୍ସା କଲେଜରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ୯୩.୧୭(ବିଜ୍ଞାନ),୮୦.୬୭(ବାଣିଜ୍ୟ) ଏବଂ  କଳା ପାଇଁ (୭୩.୬୭) ପ୍ରତିଶତ ରହିଛି । ବିଜେବି କଲେଜରେ ୯୨.୬୭(ବିଜ୍ଞାନ), ୮୩.୬୦(ବାଣିଜ୍ୟ) ଓ କଳାରେ ୭୫.୩୩ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି । ଏଫ୍‌ଏମ୍‌ କଲେଜରେ ୮୭.୧୭(ବିଜ୍ଞାନ), ୬୪.୮୩(ବାଣିଜ୍ୟ) ଓ ୭୪.୦୦(କଳା)ରେ ରହିଛି । ରମାଦେବୀ କଲେଜରେ ୮୫.୫୦(ବିଜ୍ଞାନ), ୭୧.୩୩(ବାଣିଜ୍ୟ) ଓ ୭୧.୬୭(କଳା)ରେ ରହିଛି । ଜୁନ୍‌ ୧୬ରୁ ୧୯ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌ ପାଇଁ ନାମଲେଖା ହେବ ।  ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଜୁନ୍‌ ୨୨ରେ ପ୍ରକାଶ ପାଇବ। ଏଥିପାଇଁ ଜୁନ୍‌୨୪ରୁ ୨୮ ମଧ୍ୟରେ ନାମଲେଖା ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଜୁଲାଇ ୩ରେ ପ୍ରକାଶ ପାଇବ। ଜୁଲାଇ ୫ ଓ ୬ ତାରିଖରେ ତୃତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌ ପାଇଁ ନାମଲେଖା ହେବ । ।