Home Uncategorized ପ୍ରକାଶ ପାଇଲା ଯୁକ୍ତ ୩ କଟ୍ ଅଫ୍ ତାଲିକା

ପ୍ରକାଶ ପାଇଲା ଯୁକ୍ତ ୩ କଟ୍ ଅଫ୍ ତାଲିକା

0

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆଜି ପ୍ରକାଶ ପାଇଛି ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ମାର୍କ । ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ନିଜର କଟ୍ ଅଫ୍ ମାର୍କ ଅନୁଯାୟୀ ଚୟନ କରିଥିବା କଲେଜରେ ନାମ ଲେଖାଇ ପାରିବେ ।  ଚଳିତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରିମ୍ ପରିବର୍ତ୍ତେ ଅନର୍ସ ବିଷୟ ଆଧାରରେ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି ।   ପ୍ରଥମ ପର୍ଯ୍ୟାୟରେ କଳାରେ ୪୫,୦୪୬ ଜଣ ପିଲା ମନୋନୀତ ହୋଇଥିବା ବେଳେ ବାଣିଜ୍ୟରେ ୧୬,୦୮୯ ଏବଂ ବିଜ୍ଞାନରେ ୪୦,୬୨୬ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଟ୍  ଅଫ୍  ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠୁ ଆଡମିଶନ ପ୍ରକ୍ରିୟା ଆରମ୍ଭ  ହେବ । ଏହା ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here