Home ଓଡିଶା ପ୍ରକାଶ ପାଇଲା ୨୦୧୬ ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ- ଓଡିଶାର ସୁମନ ସୌରଭ ମହାନ୍ତି ନବମ ସ୍ଥାନରେ

ପ୍ରକାଶ ପାଇଲା ୨୦୧୬ ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ- ଓଡିଶାର ସୁମନ ସୌରଭ ମହାନ୍ତି ନବମ ସ୍ଥାନରେ

ଭୁବନେଶ୍ୱର- ଆଜି ୨୦୧୬ ୟୁପିଏସ୍୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୦୯୯ଜଣ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ସର୍ବ ଭାରତୀୟସ୍ତରରେ ନନ୍ଦିନୀ. କେ ଆର୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅନମୋଲ ସେର ସିଂହ ବେଦି ଓ ତୃତୀୟ ସ୍ଥାନରେ ଗୋପାଳକୃଷ୍ଣ ରୋନାଙ୍କି ଅଛନ୍ତି । ଓଡିଶାର ସୁମନ ସୌରଭ ମହାନ୍ତି ନବମ ସ୍ଥାନରେ ଅଛନ୍ତି । ଗତବର୍ଷ ସେ ସିଭିଲ ସର୍ଭିସ୍ ପରୀକ୍ଷାରେ ୪୧୩ ର୍ୟାଙ୍କ ରଖିଥିଲେ । ଇଣ୍ଡିଆନ୍ ରେଭିନ୍ୟୁ ସର୍ଭିସ୍ ୃଫିସର ଭାବେ କନ୍ଧମାଳରେ ୬ମାସ କାମ କରିଛନ୍ତି । ସୁମନ୍ କିଟ୍ ବିଶ୍ୱବିଦ୍ୟାଳୟରୁ ମେକିନିକାଲ ଇଞ୍ଜିନିୟରିଂ କରିଥିଲେ । ରିଲାଏନ୍ସ ଏନର୍ଜି ଏବଂ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗରେ ସେ କାମ କରିଛନ୍ତି । ସୁମନ୍ ତାଙ୍କ ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି । ଦିଲ୍ଲୀ ନଯାଇ ଜଣେ ଘରେ ଇଣ୍ଟରନେଟ୍ ଦ୍ୱାରା ଆଇଏଏସ୍ ପାଇଁ ପ୍ରସ୍ତୁତି କରିପାରିବେ ବୋଲି କହିଛନ୍ତି । ଓଡିଶା ପାଇଁ ସେବା କରିବା ମନୋବୃତ୍ତି ରଖିଲେ ଜଣେ ନିଶ୍ଚୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ସେ କହିଛନ୍ତି । ସ୍ୱପ୍ନ ଦେଖିବା ଦରକାର, ସ୍ୱପ୍ନ ପୂରଣ ପାଇଁ ମନରେ ଦୃଢ ବିଶ୍ୱାସ ରଖି କାର୍ଯ୍ୟ କରିବା ଦରକାର ବୋଲି ସେ ଯୁବପିଢିଙ୍କୁ ସନ୍ଦେଶ ବାର୍ତ୍ତାରେ କହିଛନ୍ତି ।