Home Uncategorized ପ୍ରକାଶ ପାଇଲା AIIMS ରେଜଲ୍ଟ

ପ୍ରକାଶ ପାଇଲା AIIMS ରେଜଲ୍ଟ

0
ଭୁବନେଶ୍ୱର- ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ (ଏମସ୍‌) ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଏମସ୍‌ର ନିଜସ୍ୱ ୱେବ୍‌ସାଇଟ୍‌ www.aiimsexams.orgରେ  ରେଜଲ୍ଟ ଦେଖିପାରିବେ । ଭୁବନେଶ୍ୱର ସମେତ ଦେଶରେ ଥିବା ସମସ୍ତ ଏମ୍‌ସ୍‌ କଲେଜ୍‌ରେ ନାମ ଲେଖାଇବା ପାଇଁ ଜୁଲାଇ ୩ରୁ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୩ରେ ଦ୍ୱିତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ହେବ । ସେପ୍ଟେମ୍ବର ୪ ତାରିଖରେ ତୃତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ହେବ। ଗତ ମେ ୨୮ ତାରିଖରେ ଏହି ପରୀକ୍ଷା ହୋଇଥିଲା । ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।