Home Uncategorized ପ୍ରତାପ ଜେନାଙ୍କ ପ୍ରେସ୍ ମିଟ୍, ରାଜ୍ୟବାସୀଙ୍କ ଆଗରେ ୩ବର୍ଷର ରିପୋର୍ଟ, ବିରୋଧୀ କହିଲେ କୁଆଡେ ଗଲା...

ପ୍ରତାପ ଜେନାଙ୍କ ପ୍ରେସ୍ ମିଟ୍, ରାଜ୍ୟବାସୀଙ୍କ ଆଗରେ ୩ବର୍ଷର ରିପୋର୍ଟ, ବିରୋଧୀ କହିଲେ କୁଆଡେ ଗଲା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି

0

ଭୁବନଶ୍ୱେର- ବିଜୁ ଜନତା ଦଳର ୪ର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗର ତଥ୍ୟ ପ୍ରକାଶ ପାଇଛି । ଆଜି ପ୍ରଥମ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପ୍ରେସ୍ ମିଟ୍ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ରଖିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ତଥ୍ୟଗୁଡିକ ହେଲା- ଚଳିତବର୍ଷ ବାରିପଦା ଓ କୋରାପୁଟରେ ଦୁଇଟି ମେଡିକାଲ କଲେଜ ଖୋଲିବ । ଏହି ଦୁଇଟି କଲେଜରେ ୨୦୦ ସିଟ୍ ପାଇଁ ପାଠପଢା ଆରମ୍ଭ ହେବ । ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ୍ । ଶିଶୁ ମୃତ୍ୟୁହାର ହ୍ରାସ ପାଇଛି । ଗତ ତିନିବର୍ଷରେ ୧୨.୯ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଆହୁରି ୧୧ଟି ରକ୍ତ ବିଭାଜନ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଇଛି । ଖୁବ୍ଶୀଘ୍ର ୮୩୭ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏବେ ରାଜ୍ୟରେ ୫୦୨ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ଅଛି । ଆଉ ୯୨ଟି ୧୦୮ ଆମ୍ବୁଲାନ୍ସ ନିଯୁକ୍ତ ହେବ । ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ୪୦ହଜାରରୁ ୮୦ ହଜାରକୁ ବୃଦ୍ଧି ପାଇଛି । ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ୧କୋଟି ୩୩ଲକ୍ଷ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି । ପ୍ରତାପ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ କାର୍ଡ ପ୍ରଦର୍ଶନ କରିଥିବାବେଳେ ବିଜେପି ରାଜ୍ୟ ସରକାରଙ୍କୁ କେତୋଟି ପ୍ରଶ୍ନ ପଚାରିଛି । ମୁଖ୍ୟମନ୍ତ୍ରୀ ତିନିବର୍ଷ ତଳେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥବାବେଳେ ଏଯାବତ୍ ଖୋଲା ଗଲା ନାହିଁ କାହିଁକି? କ୍ୟାପିଟାଲ୍ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା ହେଲା ନାହିଁ କାହିଁକି? ପିପିପି ମୋଡ୍୍ରେ ସବୁ ଜିଲ୍ଲାରେ ଡାକ୍ତରଖାନା ଖୋଲାଯାଇଛି କି?

LEAVE A REPLY

Please enter your comment!
Please enter your name here