Home Uncategorized ପ୍ରତିଦିନ ପ୍ରେସ୍‌ ମିଟ୍‌ କରିବେ ମନ୍ତ୍ରୀ

ପ୍ରତିଦିନ ପ୍ରେସ୍‌ ମିଟ୍‌ କରିବେ ମନ୍ତ୍ରୀ

0

ଭୁବନେଶ୍ୱର-  ରାଜ୍ୟ ସରକାରଙ୍କ ୪ର୍ଥ ପାଳିର ୩ବର୍ଷ ପୂର୍ତ୍ତି ଅବସରରେ ଦଳର ସୁପ୍ରିମା ନବୀନ ପଟ୍ଟନାୟକ ଏକ ନୂଆ ନିୟମ କରିଛନ୍ତି। ଏହି ନିୟମ ଅନୁଯାୟୀ, ପ୍ରତିଦିନ ମନ୍ତ୍ରୀମାନେ ପ୍ରେସ୍‌ ମିଟ୍‌ କରିବେ । କାଲିଠାରୁ ଆରମ୍ଭ ହୋଇ ଆସନ୍ତା ୩୦ତାରିଖ ଯାଏ ପ୍ରେସ୍‌ମିଟ୍‌ ଚାଲିବ । ପ୍ରେସ୍‌ମିଟ୍‌ରେ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।  ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ସାମ୍ବାଦିକମାନଙ୍କୁ ମନ୍ତ୍ରୀମାନେ ଅବଗତ କରାଇବେ ।  ସୂଚନା, ଲୋକସମ୍ପର୍କ ବିଭାଗରେ ଏହି ପ୍ରେସ୍‌ ମିଟ୍ ହେବ । ପ୍ରତିଦିନ ଦୁଇ ବିଭାଗର କାର୍ଯ୍ୟକଳାପ ନେଇ ପ୍ରେସ୍‌ ମିଟ୍ ହେବ।  ପ୍ରେସ୍‌ ମିଟ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ୪ଟି ବିଭାଗ ସ୍ଥାନ ପାଇଛି।

LEAVE A REPLY

Please enter your comment!
Please enter your name here