Home Uncategorized ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆ ସୁସ୍ଥ ଅଛନ୍ତି -ଡାକ୍ତର ଅଶୋକ ମହାପାତ୍ର

ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆ ସୁସ୍ଥ ଅଛନ୍ତି -ଡାକ୍ତର ଅଶୋକ ମହାପାତ୍ର

0

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କଥା କହିଛନ୍ତି ଏମ୍ସର ବିଭାଗୀୟ ମୁଖ୍ୟ ଅଶୋକ ମହାପାତ୍ର । ଅପରେସନ୍‌ ପରେ ଜଗାବଳିଆଙ୍କୁ ତାଙ୍କ ମା’ ଆଇସିୟୁରେ ଭେଟିଛନ୍ତି । ଇତିମଧ୍ୟରେ ଏମ୍ସ ପକ୍ଷରୁ ଜଗା-ବଳିଆଙ୍କ ଅପରେସନ୍‌ ନେଇ ଏକ ପ୍ରେସ୍‌ ରିଲିଜ୍ ଜାରି ହୋଇଛି ।

ଏଥିରେ କୁହାଯାଇଛି ଯେ, ଅପରେସନ୍‌ ପରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ପ୍ରାୟ ୨ ମାସ ପରେ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ହେବ । ୬୦% ଅପରେସନ୍‌ ଶେଷ ହୋଇଛି ।  ଉଭୟଙ୍କ ମସ୍ତିଷ୍କର ବହୁ ଅଂଶ ଅଲଗା ହୋଇଛି । ପ୍ରଥମ ଥର ପାଇଁ ଭେନର ବାଇପାସ ସର୍ଜରୀ କରାଯାଇଛି ।  ଅପରେସନ୍‌ ସମୟରେ ଜଗାବଳିଆଙ୍କୁ ୫ ୟୁନିଟ୍‌ ରକ୍ତ ଦିଆଯାଇଛି । ଜାପାନ ଡାକ୍ତର ଫେରିଯାଇଛନ୍ତି । ଜଗାବଳିଆଙ୍କୁ ଭେନ୍‌ଟିଲେଟରରୁ ବାହାର କରାଯାଇ ଆଇସିୟୁରେ ରଖାଯାଇଛି । ଶିଶୁ ଦୁହିଁଙ୍କୁ ସାଲାଇନ୍‌ ଦିଆଯାଇଛି । ସେମାନେ ଏବେ ସୁସ୍ଥ ଅଛନ୍ତି ।

ଏଠାରେ ପ୍ରକାଶ ଥାଉ କି, ମଙ୍ଗଳବାର ସକାଳ ୯ଟାରୁ ଯାଆଁଳା ଶିଶୁ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ଆରମ୍ଭ କରାଯାଇଥିଲା । ପାଖାପାଖି ୨୦ ଘଣ୍ଟା ଧରି ଅପରେସନ ଚାଲିଥିଲା । ୪୦ ଜଣିଆ ଡାକ୍ତରୀ ଟିମ ଅସ୍ତ୍ରୋପଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here