Home Uncategorized ପ୍ରଦୀପ ଅମାତ୍ ହେଲେ ବାଚସ୍ପତି

ପ୍ରଦୀପ ଅମାତ୍ ହେଲେ ବାଚସ୍ପତି

0

ଭୁବନେଶ୍ୱର- ପ୍ରଦୀପ ଅମାତ୍ ଆଜି ବିଧାନସଭା ବାଚସ୍ପତି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । । ସେ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବାଚନିକ ଭୋଟ ଜରିଆରେ ପ୍ରଦୀପ ଅମାତ ନିର୍ବାଚିତ ହୋଇଥିଲେ । ଅମାତ ବାଚସ୍ପତି ନିର୍ବାଚିତ ହେଲେ ବୋଲି ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଗୃହରେ ଘୋଷଣା କରିଥିଲେ । ବାଚସ୍ପତି ନିର୍ବାଚନ ନେଇ ମୋସନ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋସନକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ନିର୍ବାଚିତ ହେବା ପରେ ଅମାତ୍ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗୃହକାର୍ଯ୍ୟରେ ବାଚସ୍ପତିଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ଅମାତ୍ ୪ଥର ବୌଦ୍ଧ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅମାତ୍ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱରେ ଥିଲେ । ୨୦୧୪ରେ ସେ ମନ୍ତ୍ରୀମଣ୍ଡଳକୁ ଫେରି ଅର୍ଥମନ୍ତ୍ରୀ ହୋଇଥିଲେ । ୨୦୧୬ରେ ଅତନୁ ସବ୍ୟସାଚୀ ଇସ୍ତଫା ଦେବା ପରେ ପ୍ରଦୀପ ଅମାତ୍ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ମଧ୍ୟ ନେଇଥିଲେ । ଅମାତ୍ ନିର୍ବାଚିତ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବାଚସ୍ପତି ନିରପେକ୍ଷ ହୋଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସମସ୍ତଙ୍କ ସହ ମିଶି ଗୃହକାର୍ଯ୍ୟ ସୁପରିଚାଳନା କରିବି ବୋଲି ପ୍ରଦୀପ ଅମାତ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here