Home ଦେଶ ବିଦେଶ ପ୍ରଧାନମନ୍ତ୍ରୀ ଜୁଏଲ ଓରାମଙ୍କୁ ଓଡ଼ିଆରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ

ପ୍ରଧାନମନ୍ତ୍ରୀ ଜୁଏଲ ଓରାମଙ୍କୁ ଓଡ଼ିଆରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ପତ୍ର ଲେଖି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଓରାମଙ୍କୁ ପ୍ରଧାନମନ୍ତ୍ରୀ ଓଡ଼ିଆରେ ଏହି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି I ଲେଖିଛନ୍ତି ଆପଣଙ୍କର ଜନ୍ମ ଦିନରେ ମୋର ହୃଦୟଭରା ଶୁଭେଚ୍ଛା ଗ୍ରହଣ କରିବେ। ଆମ ଦେଶର ଜନସାଧାରଣଙ୍କର ସେବା କରିବା ପାଇଁ ଭଗବାନ ଆପଣଙ୍କୁ ଦୀର୍ଘ ନିରାମୟ ଜୀବନ ଏବଂ ଖୁସିର ଆଶିର୍ବାଦ ଦିଅନ୍ତୁ।