Home ଓଡିଶା ପ୍ରଫେସର ଈଶାନ କୁମାର ପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ପ୍ରଫେସର ଈଶାନ କୁମାର ପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ଭୁବନେଶ୍ୱର: ମଧ୍ୟପ୍ରଦେଶ ଗୋଆଲିୟରର ଜିଓ୍ଵାଜୀ ବିଶ୍ୱବିଦ୍ୟାଳୟର ନ୍ୟୁରୋସାଇନ୍ସ ଓ ଜୁଲୋଜି ବିଭାଗର ପ୍ରଫେସର ଈଶାନ କୁମାର ପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୂଳପତି ଭାବେ ଆଜି ରାଜ୍ୟପାଳ ଡ. ଏସସି ଜମୀର ନିଯୁକ୍ତି ଦେଇଛନ୍ତି । ପ୍ରଫେସର ପାତ୍ରଙ୍କ ନିଯୁକ୍ତି ସମ୍ପର୍କୀତ ବିଜ୍ଞପ୍ତି ଆଜି ରାଜଭବନ ପକ୍ଷରୁ ପ୍ରକାଶ କରାଯାଇଛି ।` ୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜୈବ ବିଜ୍ଞାନ ସମ୍ମାନରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ  । ପରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ୧୯୮୧ରେ ଏମ୍‌ଏସି ଶେଷ କରି ୧୯୮୨ରେ ଏମ୍‌ଫିଲ୍‌ କରିଥିଲେ । ୧୯୮୬ରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲେ। ସେ ଜୈବ ବିଜ୍ଞାନ କ୍ଷେତ୍ରରେ ବ୍ରିଟେନ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଓ ଜର୍ମାନୀରେ ଗବେଷଣା ମଧ୍ୟ କରିଛନ୍ତି ।