Home Uncategorized ପ୍ରଭାତ ବିଶ୍ୱାଳଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ସିବିଆଇ

ପ୍ରଭାତ ବିଶ୍ୱାଳଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ସିବିଆଇ

0

ଭୁବନେଶ୍ୱର: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି । ଗିରଫ ହେବା ପରେ ସିବିଆଇ ପକ୍ଷରୁ ପ୍ରଭାତଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇ ଥିଲା । ଏହା ପରେ ସିବିଆଇ ପକ୍ଷରୁ କୋର୍ଟରେ ପ୍ରଭାତଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା । ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ୨୩ ତାରିଖରେ ପୁଣି ପ୍ରଭାତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ସିବିଆଇ ।   ସିବିଆଇର ଭ୍ୟାନ ଆଗରେ ପ୍ରଭାତଙ୍କ ସମର୍ଥକମାନେ ନାରାବାଜି କରିଥିଲେ । ଇତିମଧ୍ୟରେ ପ୍ରଭାତଙ୍କୁ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି । ସିବିଆଇ କାର୍ଯ୍ୟାଳୟରେ ପ୍ରଭାତଙ୍କୁ ୫ଦିନ ଧରି ଜେରା କରାଯିବ ।

LEAVE A REPLY

Please enter your comment!
Please enter your name here