Home ଅପରାଧ ପ୍ରେମିକାର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡିଲା ପ୍ରେମିକ

ପ୍ରେମିକାର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡିଲା ପ୍ରେମିକ

0

ବେଗୁନିଆ : ବେଗୁନିଆ ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିବା ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କ ପରିବାରକୁ ବ୍ଲାକମେଲିଂ କରିବା ସହ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିବା ଗୁରୁବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କୁ ଉକ୍ତ ଯୁବକ ଜଣଙ୍କ ପ୍ରେମ କରୁଥିଲେ। ଏପରିକି ତିନିଦିନ ତଳେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ମାତ୍ର ମଙ୍ଗଳବାର ସେ ଟଙ୍କା ପାଇଁ ଯୁବତୀଙ୍କ ପରିବାର ଉପରେ ଚାପ ପକାଇଥିଲେ। ବର୍ତ୍ତମାନ ଯୁବତୀଜଣଙ୍କ ଯୁବକଙ୍କ ପାଖରେ ଥିବା ବେଳେ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମାମଲା ଆଧାରରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here