Home ଦେଶ ବିଦେଶ ଫିଲ୍ମ ନିର୍ଦ୍ଧେଶିକା କଳ୍ପନା ଲାଜମୀଙ୍କ ପରଲୋକ

ଫିଲ୍ମ ନିର୍ଦ୍ଧେଶିକା କଳ୍ପନା ଲାଜମୀଙ୍କ ପରଲୋକ

0
( ମୁମ୍ବାଇ) ବଲିଉଡ ଫିଲ୍ମ ନିର୍ଦ୍ଧେଶିକା କଳ୍ପନା ଲାଜମୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳେକୁ ୬୪ ବର୍ଷ ହୋଇଥିଲା । ସେ କିଡ୍ନି କ୍ୟାନ୍ସରରେ ପିଡିତ ଥିଲେ । ଆଜି ଭୋର୍ ପ୍ରାୟ ୪ଟା ବେଳେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ‘ରୁଦାଲି’ ‘ଦମନ’ ଓ ଦରମିୟା ଭଳି ଫିଲ୍ମ ସେ ଦର୍ଶକଙ୍କୁ ଦେଇଥିଲେ । ୨୦୦୧ରେ ଆସିଥିବା ଦାମନକୁ ସେ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ନାୟିକା ସାଜିଥିବା ରବିନାଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୨୦୦୬ରେ କଳ୍ପନା ତାଙ୍କର ଶେଷ ଫିଲ୍ମ ‘ ଚିଙ୍ଗାରି’ ନିର୍ମାଣ କରିଥିଲେ ।