Home ବାଣିଜ୍ୟ ବଦଳିବ ପୁରୁଣା ଆୟକର ନିୟମ

ବଦଳିବ ପୁରୁଣା ଆୟକର ନିୟମ

ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ମାଧ୍ୟମରେ ସମଗ୍ର ଦେଶରେ ଏକ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ପ୍ରଚଳନ କରିବା ପରେ ନରେନ୍ଦ୍ର ମୋଦି ସରକାର ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି। ସରକାର ଏକ ନୂଆ ପ୍ରତ୍ୟକ୍ଷ ଟିକସ ଆଇନର ଚିଠା ପ୍ରସ୍ତୁତ କରିବା ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହାକି ଆୟକର ଆଇନ ୧୯୬୧କୁ ସମୀକ୍ଷା କରିବ। ଏହା ମାଧ୍ୟମରେ ୫୦ ବର୍ଷର ପୁରୁଣା ଆୟକର ଆଇନ ବଦଳିଯିବ। ଦେଶର ସାମ୍ପ୍ରତିକ ଅର୍ଥନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଆୟକର ଆଇନ ପ୍ରସ୍ତୁତ ହେବ। ୬ ମାସ ମଧ୍ୟରେ ଏହି ଟାସ୍କଫୋର୍ସ ସରକାରଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି