Home ଓଡିଶା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି- ମୁଖ୍ୟମନ୍ତ୍ରୀ

ବନ୍ୟା ପରିସ୍ଥିତିରେ ସୁଧାର ଆସିଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ପାଣିଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏୟାରଡ୍ରପିଂ ଜରିଆରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାପାଳମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।  ଏହାସହ କଟକରେ ବର୍ଷା ଜଳ ଜମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇବାର ବ୍ୟବସ୍ଥା ହୋଇଛି ।  କଟକରେ ଜଳ ନିଷ୍କାସନ ପାଇଁ ୨୬୦ ପମ୍ପ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟାସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଗ୍ନିଶମ, ଓଡ୍ରାଫ, ନୌସେନା, ବାୟୁସେନା, ସିଆର୍‌ପିଏଫ୍‌ର ପ୍ରତିନିଧିମାନେ  ଯୋଗ ଦେଇଥିଲେ । ବୈଠକପରେ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ହ୍ରାସ ପାଇଛି । ବନ୍ୟା ଅଞ୍ଚଳରେ ଗୋଟିଏ ହେଲିକପ୍ଟର ନିୟୋଜିତ ଅଛି । ୩୦୦୦ ଫୁଡ୍‌ ପ୍ୟାକେଟ୍‌ ବଣ୍ଟନ କରାଯାଇଛି । କଲ୍ୟାଣସିଂହପୁରରେ ୧୦ଟି ଫ୍ରି କିଚେନ୍‌ ବ୍ୟବସ୍ଥା ହୋଇଛି । ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଲମପେଟ୍ଟା ଅଞ୍ଚଳରୁ ୬୬ ଜଣଙ୍କୁ ଉଦ୍ଧାର କରାଯାଇଛି । କଳାହାଣ୍ଡିର ବାରିଝୋଲାରୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି ।