Home Uncategorized ବମିଖାଲ ଫ୍ଲାଏ ଓଭର ଭୁଶୁଡ଼ିବା ମାମଲା, ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମ୍ୟାନେଜର ଓ ସହକାରୀ ଯନ୍ତ୍ରୀଙ୍କୁ...

ବମିଖାଲ ଫ୍ଲାଏ ଓଭର ଭୁଶୁଡ଼ିବା ମାମଲା, ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମ୍ୟାନେଜର ଓ ସହକାରୀ ଯନ୍ତ୍ରୀଙ୍କୁ ଜାମିନ

0

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ଓଭର ବ୍ରିଜ୍‌ ଭୁଶୁଡିବା ଘଟଣାରେ ଗୁରୁବାର ଦୁଇ ଜଣଙ୍କୁ ଜାମିନ ମିଳିଛି । ସେମାନେ ହେଲେ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀ ଓ ସହକାରୀ ଯନ୍ତ୍ରୀ କିଶୋର ରାଉତ । ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରୁ ସେମାନେ ଜାମିନ ପାଇଥିବା ସୂଚନା ମିଳିଛି । ଗତ ସେପ୍ଟେମ୍ବର ୧୨ ତାରିଖରେ ଏହି ୨ ଜଣ ଗିରଫ ହୋଇଥିଲେ । 

ଏଠାରେ ପ୍ରକାଶ ଥାଉ କି, ସେପ୍ଟେମ୍ବର ୧୦ ତାରିଖରେ ବମିଖାଲ ନିର୍ମାଣାଧିନ ଓଭର ବ୍ରିଜ୍‌ର ଗୋଟିଏ ପାଥ୍‌ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ସହ ଅନ୍ୟ ୧୪ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଠିକା ସଂସ୍ଥାର ମୁଖ୍ୟଙ୍କ ସମେତ ୪ ଜଣ ଗିରଫ ହୋଇଥିଲେ । ଏପରିକି ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଥିଲା ।

 
 
 

LEAVE A REPLY

Please enter your comment!
Please enter your name here