Home Uncategorized ବରଗଡରେ ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡିବା ଘଟଣାରେ ଜେଇ ଓ ଏସ୍‌ଡିଓ ଗିରଫ

ବରଗଡରେ ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡିବା ଘଟଣାରେ ଜେଇ ଓ ଏସ୍‌ଡିଓ ଗିରଫ

0

ବରଗଡ: ଗତକାଲି ବରଗଡର ଜିରା ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡିବା ଘଟଣାରେ ନିଲମ୍ବିତ ହୋଇଥିବା ଜେଇ ଓ ଏସ୍‌ଡିଓଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଏସ୍‌ଡିଓ କମଳାକାନ୍ତ ତରିଆ ଓ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯାଇଛି । ପ୍ରଥମେ ବରଗଡ ଥାନାରେ ଉଭୟଙ୍କୁ ଡାକି ପଚାରାଉଚୁରା କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି ।
 
ସୂଚନା ଅନୁସାରେ, ଆଜି ଘଟଣାସ୍ଥଳକୁ ଦୁଇଜଣ ଅନୁଧ୍ୟାନକାରୀ ଯାଇ ବିଧିବଦ୍ଧ ତଦନ୍ତ ଆରମ୍ଭ କରିବେ । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି । ଗତକାଲି ବ୍ରିଜ୍‌ଟି ନିର୍ମାଣଧିନ ଅବସ୍ଥାରେ ଭୁଷୁଡି ପଡିଥିଲା । ଏହି ବ୍ରିଜ୍‌ଟି ଭୁଷୁଡିବା ଫଳରେ ବ୍ରିଜ୍‌ ତଳେ କାର୍ୟ୍ୟରତ ଥିବା ସାତ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା  ଗୁରୁତର ରହିଛି । 

LEAVE A REPLY

Please enter your comment!
Please enter your name here