Home ଅପରାଧ ବରଗଡ଼: ବ୍ୟାଙ୍କ ଆଗରୁ ଝାମ୍ପିନେଲେ ୪ଲକ୍ଷ ଟଙ୍କା

ବରଗଡ଼: ବ୍ୟାଙ୍କ ଆଗରୁ ଝାମ୍ପିନେଲେ ୪ଲକ୍ଷ ଟଙ୍କା

ବରଗଡ଼:ବରଗଡ଼ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ଚାରି ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଏନେଇ ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇନାହିଁ । ସୋନପୁର ଜିଲ୍ଲା ବିନିକା କୋନିକେୟାର ରାଇସ୍‌ ମିଲର ମୁନ୍‌ସୀ ଯୋଗୀ କର ଆଜି ବରଗଡ଼ ଏକ୍ସିସ୍‌ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଏସ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ । ବ୍ୟାଙ୍କ ପାହାଚ ଚଢ଼ୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଯୋଗୀଙ୍କୁ ଧକ୍କା ମାରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଖବର ପାଇ ବରଗଡ଼ ଏସ୍‌ପି ବି.ଯୁଗଳକିଶୋର ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।