Home Uncategorized ବରପାଲି ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଲେ ଯୁବକ

ବରପାଲି ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଲେ ଯୁବକ

0
ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର କୁମ୍ଭାରୀ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକ ଚପଲ ମାଡ଼ କରିଛନ୍ତି। ପ୍ରଚାର ସଭା ଚାଲୁଥିବା ବେଳେ ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ୨ଟି ଚପଲ ଫିଙ୍ଗି ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିବା ପୂର୍ବରୁ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଚପଲକୁ ଧରି ପକାଇଥିଲେ। ସଙ୍ଗେ ସଙ୍ଗେ ସଂପୃକ୍ତ ଯୁବକଙ୍କୁ ସୁରକ୍ଷାକର୍ମୀ କାବୁ କରିଛନ୍ତି। ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏହା ପଛରେ ଭାଜପାର ହାତ ରହିଛି ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଅଭିଯୋଗ କରିଛନ୍ତି।