Home Uncategorized ବରିଷ୍ଠ ଶିଶୁ ସାହିତ୍ୟିକ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ‘ବାଲ...

ବରିଷ୍ଠ ଶିଶୁ ସାହିତ୍ୟିକ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ‘ବାଲ ପୁରସ୍କାର’

0
ଭୁବନେଶ୍ୱର- ଆଜି ଗୌହାଟୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ୨୦୧୭ ବର୍ଷ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା ହୋଇଛି । ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ଶିଶୁ ସାହିତ୍ୟିକ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂଙ୍କୁ ୨୦୧୭ ବର୍ଷ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେମୀ ର ‘ବାଲ ପୁରସ୍କାର’ ମିଳିବ  ବୋଲି ଘୋଷଣା କରାଯାଇଛି । ଶିଶୁ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ସେ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ଲେଖିଛନ୍ତି ।  ଚଳିତବର୍ଷ ସମ୍ମାନଜନକ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଜଣାଶୁଣା ଯୁବକବି ସୂର୍ଯ୍ୟସ୍ନାତ ତ୍ରିପାଠୀ । ସେ ତାଙ୍କ ପୁସ୍ତକ ‘ଏ ସର୍ମ୍ପକ ଏମିତି’ ପାଇଁ ପାଇବେ ସମ୍ମାନଜନକ ଯୁବ ପୁରସ୍କାର ପାଇବେ।