Home Uncategorized ବାଙ୍କି ଧଳାପଥର ଗୋରୁହାଟରେ ଉତ୍ତେଜନା, ଫଟୋ ଉଠାଇବାରୁ ଗୋ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ବାଙ୍କି ଧଳାପଥର ଗୋରୁହାଟରେ ଉତ୍ତେଜନା, ଫଟୋ ଉଠାଇବାରୁ ଗୋ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

0
କଟକ: କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ଧଳାପଥର ଗୋରୁହାଟର ଫଟୋ ଉତ୍ତୋଳନ କରୁଥିବାବେଳେ ଗୋ ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ଼  ମରାଯାଇଥିବା ଅଭିଯୋଗ ହୋଇଛି । ଧଳାପଥର ଗୋରୁ ହାଟରେ ଆଜି ରବିବାର ଗୋରୁ କିଣାବିକା ଚାଲିଥିବା ବେଳେ କିଛି ଗୋ ସୁରକ୍ଷା କର୍ମୀ ହାଟକୁ ଯାଇ ଫଟୋ ଉଠାଉଥିଲେ । ଗୋରୁହାଟରେ ବଜରଙ୍ଗ ଦଳ କର୍ମୀ ଓ ଗୋ ସୁରକ୍ଷା କମିଟିର ପ୍ରାୟ ୧୦ ଜଣ ସଦସ୍ୟ ଏହାକୁ  ବିରୋଧ କରି ଫଟୋ ଉତ୍ତୋଳନ କରିଥିଲେ । ଗୋରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିବା ସହ ଗୋ ସୁରକ୍ଷା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି । ଏଥିରେ ୪ଜଣ ଆହତ ହୋଇଛନ୍ତି । ଆହତ ଗୋ ସୁରକ୍ଷା କର୍ମୀଙ୍କୁ ପୋଲିସ୍‌ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛି ।  ମାଡ଼ ମାରିଥିବା ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ଅଟକ ରଖିଛନ୍ତି । ପରେ ପୋଲିସ୍ ଆସି ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।