Home Uncategorized ବାଜିଲା ବିଜେପୁର ବିଗୁଲ,ଫେବ୍ରୁଆରୀ ୨୪ରେ ବିଜେପୁର ଉପନିର୍ବାଚନ

ବାଜିଲା ବିଜେପୁର ବିଗୁଲ,ଫେବ୍ରୁଆରୀ ୨୪ରେ ବିଜେପୁର ଉପନିର୍ବାଚନ

0

ଭୁବନେଶ୍ୱର: ଫେବ୍ରୁଆରୀ ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ହେବ । ଏଥିପାଇଁ ତାରିଖ ଘୋଷଣା ହୋଇଛି । ଜାନୁଆରି ୩୦ ତାରିଖରେ ଏଥିପାଇଁ ଗେଜଟ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଦିନଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଫେବୃଆରୀ ୬ ତାରିଖ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ । ଫେବୃଆରୀ ୭ ତାରିଖରେ ପ୍ରାର୍ଥିପତ୍ର ଯାଂଚ କରାଯିବ । ଫେବୃଆରୀ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।  ଫେବୃଆରୀ ୨୮ ତାରିଖରେ ମତଗଣନା କରାଯିବ । ଏହି ନିର୍ବାଚନରେ ଇଭିଏମ୍‌ ସହ ଭିଭିପାଟ୍‌ ବ୍ୟବହାର କରାଯିବ ।

 

ବିଜେପୁର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା । ବିଧାୟକଙ୍କ ମୃତ୍ୟୁ ପରେ କେବେ ନିର୍ବାଚନ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା  । ଏପରିକି  ନିର୍ବାଚନ ତାରିଖ ଘୋଷଣା ବିଳମ୍ୱ ହେଉଥିବା ଅଭିଯୋଗ କରି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା । କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ବିଜେପୁର ଉପନିର୍ବାନ ବିଳମ୍ୱ କରୁଥିବା ବିଜେଡି ଅଭିଯୋଗ କରିଥିଲା ।

LEAVE A REPLY

Please enter your comment!
Please enter your name here