Home Uncategorized ବାଦବିବାଦ ଓ ରାଜନୈତିକ ଛକାପଂଝା ଭିତରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କଲେ ସାଂସଦ ବୈଜୟନ୍ତ...

ବାଦବିବାଦ ଓ ରାଜନୈତିକ ଛକାପଂଝା ଭିତରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା

0

ସାଲେପୁର  : ଦଳୀୟ କନ୍ଦଳ ଓ ରାଜନୈତିକ ଛକାପଂଝା ଭିତରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ସାଂସଦ ପାଣ୍ଠିରେ ନିର୍ମିତ ୧ ଲକ୍ଷ ଲିଟର ବିଶିଷ୍ଟ ଏହି ପାଣି ଟାଙ୍କିକୁ ବୈଜୟନ୍ତ ଉଦଘାଟନ କରିଛନ୍ତି । ତାଙ୍କୁ ଭବ୍ୟସମ୍ବର୍ଧନା ଦେଇ ପାଛୋଟି ଆଣିଥିଲେ ସ୍ଥାନୀୟ ଲୋକେ । ଏହି ଅବସରରେ ବୈଜୟନ୍ତ କହିଥିଲେ-“ଗତବର୍ଷ ଏକ ପାଣିଟାଙ୍କି ଉଦଘାଟନ ବେଳେ ମାହାଙ୍ଗାର ଏକ ଜାଗାରେ ବିରୋଧ କରାଯାଇଥିଲା । ସେତେବେଳେ ମୋ ଉପରକୁ ଟେକା, ପଥର ଓ ଅଣ୍ଡା ଫିଙ୍ଗା ଯାଇଥିଲା । ଗୁଳି କଲେ ବି ମୁଁ ଲୋକଙ୍କ ପାଖକୁ ଆସିବି ବୋଲି ସେତେବେଳେ କହିଥିଲି, ଆଜି ଆସିଛି ।”

ସାଂସଦ ପଣ୍ଡା କହିଛନ୍ତି,“ ସମର୍ଥନ ପାଇଁ  ମୁଁ ବୁହାଳୋ ସରପଞ୍ଚ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ।”

ସେ ଆହୁରି ମଧ୍ୟ କହିଛନ୍ତି,“ସାଂସଦ ପାଣ୍ଠିରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ୫୭ଟି ପାଣିଟାଙ୍କି ନିର୍ମାଣ କରାଯାଉଛି । ସମସ୍ତ ଟାଙ୍କି କାର୍ଯ୍ୟକ୍ଷମ ହେଲେ ଜଳ ସମସ୍ୟା ରହିବନି ।”

ତେବେ କାର୍ୟ୍ୟକ୍ରମ ପୂର୍ବରୁ ନିଶ୍ଚିନ୍ତକୋଇଲି ବଜାର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡ଼ି ନେତ୍ରୀ ତଥା ବ୍ଲକ୍‌ ଅଧ୍ୟକ୍ଷାଙ୍କ ନେତୃତ୍ୱରେ କେତେକ ମହିଳା ବୈଜନ୍ତଙ୍କୁ ବିରୋଧ କରି ନିରବ ଧାରଣା ଦେଇଥିଲେ । ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here