Home ଓଡିଶା ବାରିପଦାରେ ୪ ଜଣ ହୋମଗାର୍ଡ ଆଣ୍ଠେଇବା ଘଟଣା, ଆରଆଇଙ୍କୁ ପକ୍ଷ ରଖିବାକୁ କହିଲେ ରାଜ୍ୟ...

ବାରିପଦାରେ ୪ ଜଣ ହୋମଗାର୍ଡ ଆଣ୍ଠେଇବା ଘଟଣା, ଆରଆଇଙ୍କୁ ପକ୍ଷ ରଖିବାକୁ କହିଲେ ରାଜ୍ୟ ମାନବାଧିକାର କମିଶନ

ବାରିପଦା :  ମୟୂରଭଞ୍ଜ ବାରିପଦାରେ ୪ ଜଣ ହୋମଗାର୍ଡ ଆଣ୍ଠେଇବା ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିଶନ ରିଜର୍ଭ ଇନସ୍ପେକ୍ଟର ଅଶୋକ ସେଠୀଙ୍କୁ ଲିଖିତ ଭାବେ ପକ୍ଷ ରଖିବାକୁ ୩ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ରେ ହେବ । ଆଜି ଏହି ମାମଲାର ଦ୍ୱିତୀୟ ଶୁଣାଣି ଥିଲା । ହୋମଗାର୍ଡ ଆଇଜି ସନ୍ତୋଷ ବାଲା, ମୟୁରଭଞ୍ଜ ଏସପି ଅନିରୁଦ୍ଧ ସିଂ, ଦଣ୍ଡ ଦେଇଥିବା ରିଜର୍ଭ ଇନ୍ସପେକ୍ଟର ଅଶୋକ ସେଠୀ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ହାଜର ହୋଇଥିଲେ । ସେପଟେ ଆରଆଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଆଣ୍ଠେଇଥିବା ହୋମଗାର୍ଡଙ୍କୁ କ୍ଷତିପୂରଣ ପାଇଁ ହୋମଗାର୍ଡ ସଂଘ ଦାବି କରିଛି ।   ଉଲ୍ଲେଖୂଯୋଗ୍ୟ, ଜୁନ ୨୫ ତାରିଖରେ ବାରିପଦା ହୋମଗାର୍ଡ ଅଫିସ ସାମ୍ନାରେ ରିଜର୍ଭ ଇନସ୍ପେକ୍ଟର ଅଶୋକ ସେଠୀ ରଥ ଡ୍ୟୁଟିବେଳେ  ଉପଯୁକ୍ତ ଡ୍ରେସ କୋଡରେ ନଥିବାରୁ ୪ ଜଣ ହୋମଗାର୍ଡଙ୍କୁ ଆଣ୍ଠେଇ ଦେଇଥିଲେ ।  ଆଣ୍ଠେଇଥିବା ହୋମଗାର୍ଡଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ସେତେବେଳେ ଜନ ଅସନ୍ତୋଷ ଦେଖାଯାଇଥିଲା । ହୋମଗାର୍ଡ ଡିଜି ଏସମ୍ପର୍କରେ ରିପୋର୍ଟ ମାଗିଥିଲେ । ରାଜ୍ୟ ମାନବାଧିକାର କମିଶନ ମଧ୍ୟ ଏହାର ତଦନ୍ତ କରି ଶୁଣାଣି କରିଥିଲେ । ଆଜି ଏହାର ଦ୍ୱିତୀୟ ଶୁଣାଣି ଥିଲା ।