Home Uncategorized ବାରିପଦା: ଅପହରଣକାରୀ ସନ୍ଦେହରେ ୩ ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ବାରିପଦା: ଅପହରଣକାରୀ ସନ୍ଦେହରେ ୩ ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

0

ବାରିପଦା:  ଜଣେ ବିବାହିତା ମହିଳାଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ବାରିପଦା ତକତପୁରର ସ୍ଥାନୀୟଲୋକେ ୩ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଅପହରଣକାରୀମାନେ ବ୍ୟବହାର କରିଥିବା କାର୍‌ ସହ ଡ୍ରାଇଭରକୁ ମଧ୍ୟ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭେଲୁର ଗାଁର ବୋଲି ଜଣାପଡିଛି ।

ବାରିପଦା ସହରର ୨୪ ନମ୍ବର ୱାର୍ଡର ତକତପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ଯେଉଁ ମହିଳାଙ୍କୁ ଅପହରଣ ଉଦ୍ୟମ କରାଯାଉଥିଲା, ତାଙ୍କୁ ଜୁନ ୨୫ରେ ରଥଯାତ୍ରା ଦେଖିଯାଇଥିବା ବେଳେ ଅପହରଣ କରାଯାଇଥିଲା । ଏନେଇ ପରିବାର ଲୋକେ ବାରିପଦା ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ ଆରମ୍ଭ କରି, ମହିଳା ଜଣକ ମୁମ୍ବାଇରେ ଥିବା ଜାଣିବାକୁ ପାଇଥିଲା । ଏହାପରେ ମହିଳାଙ୍କୁ ମୁମ୍ବାଇର କଲ୍ୟାଣ ଷ୍ଟେସନ ନିକଟ ଏକ ହୋଟେଲରୁ ପୋଲିସ ଉଦ୍ଧାର କରି ଶୁକ୍ରବାର ବାରିପଦାକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଆଜି ପୁଣି ସେହି ଦୁର୍ବୃତ୍ତମାନେ ଏକ କାରରେ ଆସି ମହିଳାଙ୍କୁ ଅପହରଣ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଯାଇଥିଲେ ।

 
 
 

LEAVE A REPLY

Please enter your comment!
Please enter your name here