Home Uncategorized ବାରିପଦା : ବିଚ୍‌ ରାସ୍ତାରେ ହୋମଗାର୍ଡ ଜଣଙ୍କୁ ପିଟିବା ଘଟଣା, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ...

ବାରିପଦା : ବିଚ୍‌ ରାସ୍ତାରେ ହୋମଗାର୍ଡ ଜଣଙ୍କୁ ପିଟିବା ଘଟଣା, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇଜି ସନ୍ତୋଷ ବାଲା

0

ବାରିପଦା : ବାରିପଦାରେ ଜଣେ ହୋମ୍‌ଗାର୍ଡ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗଡାଇ ଗଡାଇ ପିଟିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇଜି ସନ୍ତୋଷ ବାଲା । ଜିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଆଇଜି । ତଦନ୍ତ ନସରିଲା ଯାଏ ଡ୍ୟୁଟି କରିପାରିବେନି ହୋମଗାର୍ଡ ଉପେନ୍ଦ୍ର ବେହେରା ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବାରପଦାରେ ଜଣେ ହୋମ୍‌ଗାର୍ଡଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଆଜି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗତ ୨ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ଷ୍ଟେସନ୍ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଝରାଡିହି ଫାଣ୍ଡିର ହୋମଗାର୍ଡ଼ ଉପେନ୍ଦ୍ର ବେହେରା ଜଣେ ବ୍ୟକ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଗୋଡ ଉପରେ ଛିଡା ହୋଇ ନିର୍ଧୁମ ମାଡ ମାରିଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ମାଡ଼ ଖାଇଥିବା ବ୍ୟକ୍ତି ଜଣକ ହେଲେ ବୟ ସର୍ଦ୍ଦାର ।

LEAVE A REPLY

Please enter your comment!
Please enter your name here