Home Uncategorized ବାରିପଦା ମେଡିକାଲ କଲେଜ ନାମଲେଖା ପ୍ରସଙ୍ଗ: ସୁପ୍ରିମ୍‌ କୋର୍ଟ ଦେଲେ ଅନୁମତି

ବାରିପଦା ମେଡିକାଲ କଲେଜ ନାମଲେଖା ପ୍ରସଙ୍ଗ: ସୁପ୍ରିମ୍‌ କୋର୍ଟ ଦେଲେ ଅନୁମତି

0
ବାରିପଦା: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନାମଲେଖାକୁ ନେଇ ବିବାଦର ଶେଷରେ ଅନ୍ତ ଘଟିଛି । ଆସନ୍ତାବର୍ଷରୁ କଲେଜରେ ନାମ ଲେଖାଇବା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ମାଣ୍ଡାଟେଡ୍ ଓଭର୍ସାଇଟ୍ କମିଟି ଏହି ଅନୁମତି ପ୍ରଦାନ କରିଛନ୍ତି । ଚଳିତବର୍ଷଠାରୁ କଲେଜରେ ୧୦୦ ସିଟ୍ରେ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମ୍‌ସିଆଇ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ୍‌କୋର୍ଟଙ୍କ ଅନୁମତି ଆସିବାପରେ ମୟୂରଭଞ୍ଜ ଓ ବାରିପଦାବାସୀ ଖୁସି ମନାଇଛନ୍ତି ।