Home Uncategorized ବାହୁଡିଲେ ମହାବାହୁ, ଆସନ୍ତାକାଲି ସୁନାବେଶ

ବାହୁଡିଲେ ମହାବାହୁ, ଆସନ୍ତାକାଲି ସୁନାବେଶ

0

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ଶ୍ରୀଜିଉ । ଶୃଙ୍ଖଳିତ ନୀତି ଯୋଗୁଁ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା ।  ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ସହ ରଥଟଣା ଅନୁଷ୍ଠିତ ହୋଇଥିଲା । ଦିନ ପ୍ରାୟ ଗୋଟାଏ ସମୟରେ ଛେରା ପହଁରା ନୀତି ଅନୁଷ୍ଠିତ ହେବା ପରେ ଅପରାହ୍ନ ୨ଟା ୮ମିନିଟ୍ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତିନି ରଥକୁ ଶରଧା ବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ନିକଟରେ ଲାଗିଥିଲା ।

ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ମଣ୍ଡିତ ହୋଇ ରାଜରାଜେଶ୍ୱର ବେଶରେ ଶ୍ରୀଜିଉ ଦର୍ଶନ ଦେବେ । ଅପରାହ୍ନରେ ଏହି ବେଶ ଆରମ୍ଭ ହେବ । ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here