Home ଓଡିଶା ବିକ୍ଷୋଭବେଳେ ପୋଲିସ୍ ସହ କଂଗ୍ରେସକର୍ମୀଙ୍କ ଧସ୍ତାଧସ୍ତି

ବିକ୍ଷୋଭବେଳେ ପୋଲିସ୍ ସହ କଂଗ୍ରେସକର୍ମୀଙ୍କ ଧସ୍ତାଧସ୍ତି

ଭୁବନେଶ୍ୱର- ଯୁବ କଂଗ୍ରେସ ଆଜି ଲୋୟର୍ ପିଏମ୍ଜିଠାରେଯୁବ ଅଧିକାର ସମାବେଶ ଆୟୋଜନ କରିଥିଲା । ବେକାର ଯୁବକଯୁବତୀଙ୍କୁ ଚାକିରି ଦିଅ, ନଚେତ୍ ଭତ୍ତା, ନହେଲେ ଗାଦିଛାଡ ବୋଲି ଏହି ସମାବେଶରେ ଯୁବ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଯୁବ କଂଗ୍ରେସର କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କଲାବେଳେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଆହତ ହୋଇଥିଲେ । ପୋଲିସ୍ ୩୦ରୁ ଊଦ୍ଧ୍ୱର୍ ଯୁବ କଂଗ୍ରେସ କମୀଙ୍କୁ ଅଟକ ରଖିଛି । ଯୁବକଂଗ୍ରେସର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ।