Home ମନୋରଞ୍ଜନ ‘ବିଗ୍ ବସ୍’ ନା ‘କେବିସି’ କିଏ କିଣିଛି ଶ୍ରୋତାଙ୍କ ମନ !

‘ବିଗ୍ ବସ୍’ ନା ‘କେବିସି’ କିଏ କିଣିଛି ଶ୍ରୋତାଙ୍କ ମନ !

0
ଗତ କିଛି ଦିନ ହେବ ଛୋଟ ପରଦାରେ ଧମାଲ ମଚାଇଛନ୍ତି ଦୁଇଟି ଶୋ ‘ବିଗ୍ ବସ୍’ ଓ ‘କେବିସି’ ।ଦୁଇଟିଯାକ ଶୋ ବଲିଉଡର ଦୁଇ ସୁପରଷ୍ଟାରଙ୍କ ହୋଇଥିବାରୁ ବିପୁଲ ପରିମାଣର ଲୋକେ ଏହି ଶୋ ଦେଖୁଛନ୍ତି । ତେବେ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ‘ବିଗ୍ବସ୍-୧୨’ କୁ ସଲମାନ୍ ଖାନ୍ ହୋଷ୍ଟ କରୁଥିବାବେଳେ ଓ ସୋନୀ ଚ୍ୟାନେଲ୍ରେ ପ୍ରସାରିତ‘କୌନ୍ ବନେଗା କରୋଡ୍ପତି’ ଅମିତାଭ୍ ବଚ୍ଚନଙ୍କ ହୋଷ୍ଟ କରୁଛନ୍ତି । ତେବେ ଏଇ ଦୁଇଟି ଶୋ ଭିତରୁ କେଉଁଟିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ଏବଂ ଅଧିକ ଦେଖୁଛନ୍ତି ତାହା ଜାଣିବ ପାଇଁ ସମସ୍ତେ ଇଚ୍ଛୁକ । ତେବେ ମିଳିଥିବା ସୂଚନା ଅନୁସାରେ ଏହା ଜଣାପଡ଼ିଛି ଯେ କେବିସିକୁ ପଛରେ ପକାଇ ଦେଇଛି ବିଗ୍ବସ୍। ଟିଭି ରେଟିଂରୁ ଏହା ଜଣାପଡ଼ିଛି ଯେ ‘ବିଗ୍ବସ୍-୧୨’ ଟିଭି ରେଟିଂରେ ଷଷ୍ଠ ସ୍ଥାନରେ ଥିବାବେଳେ ‘କୌନ୍ ବନେଗା କରୋଡ୍ପତି’ ଦଶମ ସ୍ଥାନରେ ଅଛି।