Home Uncategorized ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ଉନ୍ମୋଚିତ

ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ଉନ୍ମୋଚିତ

0

ଭୁବନେଶ୍ୱର: ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉନ୍ମୋଚନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ ହୋଇଛି । ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼େଇ, ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପୁସ୍ତକ ଉନ୍ମୋଚନ ପାଇଁ ଆଜି ଭୁବନେଶ୍ୱରେ ପହଞ୍ଚିଥିଲେ ଜାତୀୟସ୍ତରର ଚାରି ବରିଷ୍ଠ ନେତା । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା, ସିପିଏମ ନେତା ସୀତାରାମ ୟେଚୁରୀ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନ ପାଇଁ ଓଡିଶାରେ ପହଞ୍ଚିଥିଲେ । ତେବେ ଏହି ୪ ପୁରୁଖା ନେତା ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ ତାଙ୍କୁ ସ୍ୱାଗତ କରିବା ପରେ ସମସ୍ତେ ସିଧା ନବୀନ ନିବାସ ଯାଇଥିଲେ । ଏହି ୪ ନେତାଙ୍କ ପାଇଁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ନବୀନ । ଜାତୀୟସ୍ତରର ଏହି ୪ ନେତାଙ୍କୁ ଖାଣ୍ଟି ଓଡିଆ ଖାଦ୍ୟର ସ୍ୱାଦ ଚଖାଇଥିଲେ ନବୀନ । ଡାଇଡ଼ିଂ ଟେବୁଲ ଉପରେ କଦଳୀ ପତ୍ରରେ ପରଷା ଯାଇଥିଲା ଓହିଆ ଖାଦ୍ୟ । କଦଳୀ ପତ୍ର ଉପରେ ପରଷା ଯାଇଥିଲା ପଖାଳ, ସଜନା ଛୁଇଁ ଭଜା, ପିଆଜ ପିଠା, ଶାଗ ବଡି ଓ ପ୍ରସିଦ୍ଧ ଛେନା ପୋଡ । ଏହି ନିରାମଷ ଖାଦ୍ୟକୁ ପେଟଭରି ଖାଇଥିଲେ ୪ ନେତା । ନବୀନ ମଧ୍ୟ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ୪ ନେତାଙ୍କ ସହ ମିଶି ଖାଉଥିବାର ଫଟୋ ଟ୍ୱିଟରରେ ସେୟାର କରିଥିଲେ ନବୀନ । ବରିଷ୍ଠ ନେତାମାନଙ୍କ ପାଖରେ ଏକାଠି ବସି ଖାଇବାର ଅବସର ସୃଷ୍ଟି ହୋଇଥିବାରୁ ନିଜକୁ ଆନନ୍ଦିତ ମନେ କରୁଛନ୍ତି ବୋଲି ନବୀନ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here