Home Uncategorized ବିଜେଡିରେ ମିଶିଲେ ସୁବଳ ସାହୁଙ୍କ ପରିବାର, ବିଜେପୁରରୁ ମୁଁ ନିଜେ ଲଢିବି-ରିତା ସାହୁ

ବିଜେଡିରେ ମିଶିଲେ ସୁବଳ ସାହୁଙ୍କ ପରିବାର, ବିଜେପୁରରୁ ମୁଁ ନିଜେ ଲଢିବି-ରିତା ସାହୁ

0

ଭୁବନେଶ୍ୱର/ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର  ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ନିଜ ପରିବାରବର୍ଗ ଓ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୁବଳଙ୍କ ପତ୍ନୀ ରୀତା ସାହୁ ଓ ପୁଅ ସୁମିତ ୨ ହଜାର ସମର୍ଥକଙ୍କଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ ।
 ରିତା ସାହୁ ଓ ତାଙ୍କ ପରିବାର ଲୋକ ବିଜେଡିରେ ଯୋଗ ଦେବା ଫଳରେ ଦଳ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୃତ୍ୟୁ ପୂର୍ବରୁ ସୁବଳଙ୍କ ଇଚ୍ଛା ଥିଲା ବିଜେଡିରେ ଯୋଗଦେବା ପାଇଁ ତାଙ୍କର ସେହି ଇଚ୍ଛା ପୂରଣ ପାଇଁ ବିଜେଡିରେ ଯୋଗ ଦେଇଛୁ ବୋଲି ସୁବଳଙ୍କ ପୁଅ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେବା ପରେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା କହିଥିଲେ,“ବିଜେପୁର ଆସନରୁ ମୁଁ ନିର୍ବାଚନ ଲଢ଼ିବି । ବିଜେଡି ମିଶିବା ପାଇଁ ମୋ ସ୍ୱାମୀଙ୍କ ମଧ୍ୟ ଇଚ୍ଛା ଥିଲା । ସୁବଳଙ୍କ ପରିବାର ବିଜେଡିରେ ଯୋଗ ଦେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here