Home Uncategorized ବିଜେଡିରେ ସାମିଲ ହେଲେ ଚିଲିକା କଂଗ୍ରେସ ନେତା ମାନସ ମଙ୍ଗରାଜ

ବିଜେଡିରେ ସାମିଲ ହେଲେ ଚିଲିକା କଂଗ୍ରେସ ନେତା ମାନସ ମଙ୍ଗରାଜ

0
ଚିଲିକା : ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମାନସ ମଙ୍ଗରାଜ ରବିବାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡିରେ ମିଶିଛନ୍ତି। ମାନସଙ୍କ ଯୋଗଦାନ ଚିଲିକା ଅଞ୍ଚଳରେ ଦଳକୁ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।