Home Uncategorized ବିଜେଡିରେ ସୁଲୋଚନାଙ୍କ ଯୋଗଦାନକୁ ନେଇ ଦାମଙ୍କ କଟାକ୍ଷ- କହିଲେ ‘କାଲି ଯିଏ ରାଜନୀତିରେ ଶତ୍ରୁ ,...

ବିଜେଡିରେ ସୁଲୋଚନାଙ୍କ ଯୋଗଦାନକୁ ନେଇ ଦାମଙ୍କ କଟାକ୍ଷ- କହିଲେ ‘କାଲି ଯିଏ ରାଜନୀତିରେ ଶତ୍ରୁ , ଆଜି ସିଏ ବନ୍ଧୁ’

0
ଭୁବନେଶ୍ୱର଼- ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ସୁଲୋଚନା ଦାସ । ସୁଲୋଚନା ବିଜେଡିରେ ଯୋଗ ଦେବା ପରେ ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି କୃଷି ମନ୍ତ୍ରୀ ଦାମଦୋର ରାଉତ । ସେ କହିଛନ୍ତି ଯେ, କାଲି ଯିଏ ରାଜନୀତିରେ ଶତ୍ରୁ , ଆଜି ସିଏ ବନ୍ଧୁ । ରାଜନୀତିରେ ଏସବୁ ସମ୍ଭବ । କିନ୍ତୁ ତାଙ୍କୁ ଯିଏ ଦଳରେ ମିଶାଇବେ ତାପୂର୍ବରୁ ତାଙ୍କୁ ଭାବିବା ଦରକାର, ସିଏ ଆସିଲେ ଦଳକୁ ଉପକାର ବା ଅପକାର ହେବ । କିଛି ଦିନ ପୂର୍ବରୁ ବିଜେଡି ଦଳରେ ନାରୀ ଅସୁରକ୍ଷିତ ବୋଲି ସୁଲୋଚନା କହୁଥିଲେ । ତାଙ୍କର ଏବେ ହୃଦ୍‌ବୋଧ ହେଲା ଯେ, ବିଜେଡିରେ ହିଁ ନାରୀମାନେ ସୁରକ୍ଷିତ । ଆହୁରିମଧ୍ୟ ଦାମ କହିଛନ୍ତି ଯେ, ଗତ ୧୭ ବର୍ଷ ହେଲା ସୁଲୋଚନା କହି ଆସୁଥିଲେ କି ନବୀନ ବାବୁ କିଛି କରୁନାହାନ୍ତି । ଏବେ କିନ୍ତୁ କହିଛନ୍ତି ବିଜେଡିରେ ମିଶି ମୁଁ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଚାହେଁ । ସୁଲୋଚନାଙ୍କ ସ୍ୱାଗତ ପ୍ରସଙ୍ଗରେ ଦାମ କହିଛନ୍ତି ଯେ, ସେ କ’ଣ ଏତେବଡ଼ ଲୋକ ତାଙ୍କୁ ସ୍ୱାଗତ କରିବି,  କିଏ ଆସିଲା ଗଲା ମୁଁ ଜାଣିନି । ଆମର ୧୦ ଜଣ ମୁଖପାତ୍ର ଅଛନ୍ତି, ତେଣୁ ତାଙ୍କୁ ଦଳ କେଉଁ ଦାୟିତ୍ୱ ଦେଉଛି ଦେଖାଯାଉ ।