Home Uncategorized ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୌମ୍ୟରଂଜନ, ଅଚ୍ୟୁତ ଓ ପ୍ରଶାନ୍ତ

ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୌମ୍ୟରଂଜନ, ଅଚ୍ୟୁତ ଓ ପ୍ରଶାନ୍ତ

0

ରାଜ୍ୟସଭାର ତିନିଟି ଆସନ ପାଇଁ ଆଜି ଅପରାହ୍ନରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନରେ ବିଜେଡିରେ ଯୋଗ ଦେଇଥିବା ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରଶାନ୍ତ ନନ୍ଦଙ୍କୁ ଆଗାମୀ ରାଜ୍ୟସଭା ନର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଥିବା ନବୀନ ନିବାସ ଠାରେ ଘୋଷଣା କରିଛନ୍ତି।

ସେହିଭଳି ବିଜେଡିରେ ଯୋଗ ଦେଇଥିବା କିଟ୍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଦିଲ୍ଲୀ ପଠାଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିରେ ଯୋଗ ଦେବାପରେ ନିଜ ପ୍ରତିକ୍ରିୟାରେ ଅଚ୍ୟୁତ ସାମନ୍ତ କହିଥିଲେ, ଦଳରେ ଯୋଗଦେଇ ସେ ଖୁସି I ସାମାଜିକ ପ୍ରତିବଦ୍ଧତା ସହିତ ଜନହିତକର କାର୍ଯ୍ୟ ଓ ସମାଜସେବାକୁ ଆଗେଇ ନେବାରେ ଏହି ଯୋଗଦାନ ସହାୟକ ବୋଲି କହିଛନ୍ତି ଅଚ୍ୟୁତ ।

ଅଭିନେତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଜଣେ ଲୋକପ୍ରିୟ ସିନେ-ବ୍ୟକ୍ତିତ୍ୱ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ। ସେ ବିଜେପିରୁ ନିର୍ବାଚନ ଲଢ଼ି ବିଜେପି-ବିଜେଡି ମେଣ୍ଟ ସରକାରରେ  ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ଶ୍ରୀ ନନ୍ଦ ବିଜେଡିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ  ବିଜେଡିର ମୁଖପାତ୍ର ଅଛନ୍ତି।

LEAVE A REPLY

Please enter your comment!
Please enter your name here