Home Uncategorized ବିଜେଡିର ଶାନ୍ତିପୂର୍ଣ୍ଣ ହରତାଳବେଳେ ହିଂସାକାଣ୍ଡ ପ୍ରସଙ୍ଗ, ବିଜୁବାବୁ ବଞ୍ଚିଥିଲେ ଏହାର ନିନ୍ଦା କରିଥାନ୍ତେ-ବୈଜୟନ୍ତ ପଣ୍ଡା

ବିଜେଡିର ଶାନ୍ତିପୂର୍ଣ୍ଣ ହରତାଳବେଳେ ହିଂସାକାଣ୍ଡ ପ୍ରସଙ୍ଗ, ବିଜୁବାବୁ ବଞ୍ଚିଥିଲେ ଏହାର ନିନ୍ଦା କରିଥାନ୍ତେ-ବୈଜୟନ୍ତ ପଣ୍ଡା

0

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପି ହରତାଳ କରାଯାଇଥିଲା । ଗତକାଲି ରାଜ୍ୟବ୍ୟାପି  ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଥିଲାବେଳେ ଆଜି କିନ୍ତୁ ତାହାର ଓଲଟା ରୂପ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ବିଜେଡ଼ି କର୍ମୀମାନେ ହିଂସାକାଣ୍ଡ ଘଟାଇଛନ୍ତି । ବୃଦ୍ଧଙ୍କ ଠାରୁ ଆରମ୍ଭ କରି ରୋଗୀ, ମହିଳାଙ୍କୁ ମଧ୍ୟ ଛାଡିନହାନ୍ତି ବିଜେଡି ନେତା ଓ କର୍ମୀ । ସାଧାରଣ ଲୋକଙ୍କ ଗାଡିକୁ ବିଜେଡି କର୍ମୀମାନେ ଭଙ୍ଗାରୁଜା କରିଥିବାର ଦେଖାଯାଇଥିଲା । ଶାନ୍ତିପୂର୍ଣ୍ଣ ହରତାଳ ବଦଳରେ ବିଜେଡି କର୍ମୀମାନେ ଅଶାନ୍ତ ହୋଇ ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଆଜିର ଏହି ଘଟଣା ପ୍ରସଙ୍ଗକୁ ନେଇ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟର୍‌ରେ କଡ଼ା ସମାଲୋଚନା କରିଛନ୍ତି ।
 
 
 ସେ କହିଛନ୍ତି ଯେ,୨୦ ବର୍ଷ ହେଲା ମୁଁ ଯେଉଁ ଦଳ ସହ ଅଛି, ଏହା ସେ ଦଳ ନୁହେଁ । ବିଜୁ ବାବୁ ବଞ୍ଚିଥିଲେ ଏହାର ନିନ୍ଦା କରିଥାନ୍ତେ । ଏପ୍ରସଙ୍ଗରେ ମୁଁ ଦଳକୁ ସମର୍ଥନ କରିପାରୁ ନାହିଁ । କାରଣ ମୁଁ ଦଳର ମୁଖପାତ୍ର ନୁହେଁ । ଆରାମଚୌକିର ନୀତି ନିର୍ଦ୍ଧାରଣକାରୀ ବିଦା ହେବା ଦରକାର । ହିଂସାକାଣ୍ଡକୁ ନେଇ ମୁଁ ଲଜ୍ଜିତ ଓ କ୍ଷୁବ୍ଧ । ମୁଁ ଏଘଟଣାର ନିନ୍ଦା କରୁଛି ସମର୍ଥନ କରିପାରୁନାହିଁ ।  ଘଟଣାରେ ସଂପୃକ୍ତ ଗୁଣ୍ଡାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଜରୁରୀ। ” 

LEAVE A REPLY

Please enter your comment!
Please enter your name here