Home Uncategorized ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

0

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡିର ୩ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ମଙ୍ଗଳବାର ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି। ୧୫ ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉକ୍ତ ୩ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ପ୍ରାର୍ଥୀ ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ବାଧୀନ ସଦସ୍ୟ ଏ.ଭି. ସ୍ବାମୀଙ୍କ କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେଉଛି। ବିଜେଡିର ବିଧାୟକ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନରେ ଦଳୀୟ ପ୍ରାର୍ଥୀ ଜିତିବା ଏକପ୍ରକାଶ ନିଶ୍ଚିନ୍ତ।

LEAVE A REPLY

Please enter your comment!
Please enter your name here