Home Uncategorized ବିଜେଡି କୃଷକ ସାମୁଖ୍ୟ ପକ୍ଷରୁ ୨୭ରେ ରାଜଭବନ ସମ୍ମୁଖରେ ଧାରଣା

ବିଜେଡି କୃଷକ ସାମୁଖ୍ୟ ପକ୍ଷରୁ ୨୭ରେ ରାଜଭବନ ସମ୍ମୁଖରେ ଧାରଣା

0

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ମନା କରିବା ପରେ ଆଗାମୀ ନଭେମ୍ବର ୨୭ରେ ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ଆଗରେ ଗଣଧାରଣା ଦିଆଯିବ । ଗଣଧାରଣା ସମ୍ପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ଧାରଣାରେ ବିଜେଡ଼ି ନେତା ଓ ଚାଷୀମାନେ ସାମିଲ ହେବେ । ସେ କହିଛନ୍ତି, ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦିଆଯିବ ।

ସେହିଭଳି ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡ଼ି ଚାଷୀଙ୍କୁ କ୍ଷମା ମାଗିବା ପାଇଁ କେନ୍ଦ୍ରକୁ କହିଛି । ନଭେମ୍ବର ୨୭ ସୁଦ୍ଧା ଦାବି ପୂରଣ ନହେଲେ ୩୦ଟି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ଚେତାବନୀ ଦେଇଛି । ଦାସବର୍ମା କହିଛନ୍ତି, କେନ୍ଦ୍ର ନଭେମ୍ବର ୨୭ ସୁଦ୍ଧା ଆଭିମୁଖ୍ୟ ପରିବର୍ତ୍ତନ କରୁ ।

ସୂଚନାଯୋଗ୍ୟ ଯେ, ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ରାଜ୍ୟର ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ । ଯାହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓଡ଼ିଶାର ଦାବି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ । ଦୀର୍ଘଦିନ ଧରି ରାଜ୍ୟ କରି ଆସୁଥିବା ଦାବିକୁ ଅଗ୍ରାହ୍ୟ କରାଯିବା ପରେ ବିଜେଡି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here