Home Uncategorized ବିଜେଡି ଛାଡିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

0

ଭୁବନେଶ୍ୱର: ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଗୁରୁବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସତ୍ୟବାଦୀ ନିର୍ବାଚନ କ୍ଷେତ୍ରରେ ଶ୍ରୀ ବଳିୟାରସିଂହ ବିଧାୟକ ପ୍ରାର୍ଥୀ ଥିବାବେଳେ ବେଶ୍‌ କିଛି ମାସ ଧରି ସମ୍ପୃକ୍ତ ଅଞ୍ଚଳରେ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକଙ୍କୁ ଦଳରେ ସାମୀଲ କରିବାକୁ ବିରୋଧ କରି ଶ୍ରୀ ବଳିୟାରସିଂହ ଏହି ପଦକ୍ଷେପ ନେଇଛନ୍ତି । ପଞ୍ଚାୟତ ନିର୍ବାଚନ ପରଠାରୁ ଶ୍ରୀ ବଳିୟାରସିଂହଙ୍କୁ ଦଳ ପକ୍ଷରୁ ଉପେକ୍ଷା କରାଗଲା ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ଦଳ ତାଙ୍କୁ ବ୍ୟବହାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳୀୟ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ଦିଆଯାଇ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ବଳିୟାରସିଂହ ତାଙ୍କ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ନେଇ ସନେ୍ଦହ ପ୍ରକଟ କରିବା ସହ ଦଳର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେଡି ଦଳରେ ତାଙ୍କ ଭବିଷ୍ୟତ ସୁରକ୍ଷିତ ନଥିବା ଦର୍ଶାଇ ଆଜି ଶ୍ରୀ ବଳିୟାରସିଂହ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ନେଇ ରମା କହିଛନ୍ତି, ଦଳ ପାଇଁ ମୁଁ ନିସର୍ତ୍ତ ଭାବେ କାମ କରିଛି । ମୋ ପାଇଁ ସତ୍ୟବାଦୀରେ ବିଜେଡିକୁ ବହୁ ସମର୍ଥନ ମିଳିଛି । ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ନିସ୍ବାର୍ଥପରଭାବେ ତୁଲାଇଛି । ହେଲେ କିଛି ଅଫିସରଙ୍କ ପ୍ରରୋଚନାରେ ମୋତେ ଦଳରେ କୋଣଠେସା କରାଯାଇ ଦାୟିତ୍ୱରୁ ଦୂରେଇ ଦିଆଯାଇଛି । ଆସନ୍ତା ୧୯ ତାରିଖରେ ମିଶ୍ରଣ ପର୍ବ ମାଧ୍ୟମରେ ରମା ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରି ଛି। ମାତ୍ର ଏହାକୁ ସେ ଖଣ୍ଡନ କରିଥିବା ସହ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସ୍ଥିର କରି ନ ଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here